ଦେବଗଡ: ନୂଆଗାଁ ଗ୍ରାମରେ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ, ଯୋଗଦେଲେ ବିଧାୟକ ଏବଂ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଦୋଳଗୋବିନ୍ଦ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ୧୬ ଟି ଟିମକୁ ନେଇ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ କେ.ବି ଫୁଟବଲ କ୍ଲବକୁ ପରାସ୍ତ କରି ବିକ୍ରାନ୍ତ ଫୁଟବଲ କ୍ଲବ ଚମ୍ପିୟାନ ହୋଇଥିବା ଜଣାପଡିଛି । ରେଫରୀ ଭାବେ ସୁଜିତ ବାରିକ, ଝସକେତନ ବାଘ, ପ୍ରଶାନ୍ତ ମୁଣ୍ଡା ଏବଂ ରିଙ୍କୁ ସିଂ ପରିଚାଳନା କରିଥିଲେ । ଟିକୁ ସାମାଡ ଏବଂ ପୋଲସ୍ତି ନାୟାକ ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ ।