ଓରିଏଣ୍ଟ: ଏକ ବାଣ ଦୋକାନରେ ନିଆଁ ଲାଗି ସମସ୍ତ ବାଣ ଜଳି ଯାଉଥିବାର ଏକ ଭିଡିଓ ଝାରସୁଗୁଡା ଜିଲ୍ଲାରେ ବେଶ ଭାଇରାଲ ହୋଇଛି
ଏକ ବାଣ ଦୋକାନରେ ନିଆଁ ଲାଗି ସମସ୍ତ ବାଣ ଜଳି ଯାଉଥିବାର ଏକ ଭିଡିଓ ଝାରସୁଗୁଡା ଜିଲ୍ଲାରେ ବେଶ ଭାଇରାଲ ହୋଇଛି l ବିଭିନ୍ନ ସାମାଜିକି ଗଣମାଧ୍ୟମରେ ଆଜି ସନ୍ଧ୍ୟା ୭ ଟା ରୁ ଏହି ଭିଓଟି ଘୁରି ବୁଲୁଥିବା ବେଳେ ଏହା ଝାରସୁଗୁଡା କିମ୍ବା ବ୍ରଜରାଜନଗର ଅଂଚଳର ବୋଲି ଦାବି ହେଉଥିଲା l ହେଲେ ଏହି ଭାଇରାଲ ଭିଡିଓ ଟି ଝାରସୁଗୁଡା, ବ୍ରଜରାଜନଗର ର ନୁହେଁ ଅନ୍ୟ ଅଂଚଳର ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ଏହିପରି ଭାଇରାଲ ଭିଡ଼ିଓ କୁ ବିଶ୍ୱାସ ନ କରିବା ଏବଂ ଅପପ୍ରଚାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି l