ଢେଙ୍କାନାଳ ସଦର: ସହର ନିକଟ ପାଣିଓହଳା ପାହାଡ଼କୁ ଜବରଦଖଲଙ୍କ ଦାଉରୁ ରକ୍ଷାପାଇଁ ବନଖଣ୍ଡ ଅଧିକାରୀଙ୍କୁ ଦାବିପତ୍ର
ଢେଙ୍କାନାଳ ସହରର ଶୋଭା ଜଢାଉଛି ପାଣିଓହଳା ପାହାଡ଼ । ଏବେ ପାହାଡକୁ ଜବର ଦଖଲକାରୀମାନେ କବ୍ଜା କରିଛନ୍ତି । ଏଥିପାଇଁ ପାହାଡକୁ ବଞ୍ଚାଇବାପାଇଁ ସହରର ବୁଦ୍ଧିଜିବୀ ଓ ସଚେତନ ନାଗରିକମାନଙ୍କ ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ କାର୍ଯ୍ୟାଳୟରେ ବନଖଣ୍ଡ ଅଧିକାରୀଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।