ଝରିଗାଁ: ମୋତିଗାଁରେ ୨ ବର୍ଷ ଝିଅକୁ ରାସ୍ତା କଡ଼ରେ ଛାଡି ପ୍ରେମିକ ସହ ମାଆ ଫେରାର
ମୋତିଗାଁରେ ୨ ବର୍ଷ ଝିଅକୁ ରାସ୍ତା କଡ଼ରେ ଛାଡି ପ୍ରେମିକ ସହ ମାଆ ଫେରାର ରାତି ଅଧରେ ନିଜର ଶୋଇଥିବା ଦୁଇ ବର୍ଷର ଝିଅକୁ ନେଇ ରାସ୍ତା କଡ଼ରେ ଛାଡ଼ି ପ୍ରେମିକ ଙ୍କ ସହ ମାଆ ଫେରାର ହୋଇଯାଇଛି। ଅନ୍ଧାର ରାତିରେ ଝିଅଟି ମାଆ କୁ ଖୋଜି ପାଇଲାନି। କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲା କିନ୍ତୁ ମାଆର ଦେଖା ମିଳିଲା ନାହିଁ । ଶେଷକୁ କୁନି ଝିଅ ଥକି ପଡି ଗଛ ମୂଳରେ ଥିବା ଏକ ମେଟାଲ ଗଦାରେ ଶୋଇପଡିଥିଲା। ସକାଳ ପାହିଲା ବେଳକୁ ଜଣେ ଦୋକାନୀ ଝିଅକୁ ଉଦ୍ଧାର କରିଥିଲେ।