ହିଞ୍ଜିଳି: ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୂରୁ ପଞ୍ଚାୟତ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ପରିସର ଠାରେ ମିଳିତ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୂରୁ ପଞ୍ଚାୟତ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ପରିସର ଠାରେ ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ଗ୍ରାମପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଆଜିର କାର୍ଯ୍ୟକ୍ରମ କଞ୍ଚୂରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାହୁ ପରିଚାଳନା କରିଥିବାବେଳେ,ହିଞ୍ଜିଳିକାଟୁ ଥାନା ଅଧିକାରୀ ଶ୍ରୀ ଶ୍ରୀନିବାସ ସେଠୀ,ହିଞ୍ଜିଳିକାଟୁ ତହସିଲଦାର ଶ୍ରୀ ତପନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।