ବରଗଡ: ପଞ୍ଜିକରଣ ସମୟସୀମା ବଢ଼ାଇ ସମସ୍ତ ଚାଷୀଙ୍କୁ ପଞ୍ଜିକରଣ କରାଯିବା ଦାବିରେ ମହାନ୍ତି ପଡାରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ରମେଶ ମହାପାତ୍ର
ଧାନପଞ୍ଜିକରଣକୁ ନେଇ ଚାଷୀ ଚିନ୍ତାରେ | ୫୦୦୦ ରୁ ଉର୍ଦ୍ଧ ଚାଷୀ ବର୍ତମାନ ପଞ୍ଜିକରଣରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି | ତେବେ ଏନେଇ ସୋମବାର ଦିବା 11 ଘଣ୍ଟା ସମୟରେ ମହାନ୍ତିପଡା ଠାରେ ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ର ଚାଷୀ ନେତା ରମେଶ ମହାପାତ୍ର | ଜଟିଳ ପଞ୍ଜିକରଣ ବ୍ୟବସ୍ଥାକୁ ସୁଧାର ଆଣିବା ସହ 5 ଦିନ ସମୟ ସୀମା ବୃଦ୍ଧି କରିଥିଲେ ସରକାର କିନ୍ତୁ ସେହି ସମୟରେ ନେଟୱର୍କ ସମସ୍ୟା ପାଈଁ ବହୁ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ | ଯାହାକୁ ନେଇ ବର୍ତମାନ ଚାଷୀ ଚିନ୍ତାରେ ରହିଛନ୍ତି | ତେବେ ପଞ୍ଜିକରଣ ସମୟ ସୀମା ବଢ଼ାଯାଇ ସମସ୍ତ ଚାଷୀଙ୍କୁ ପଞ୍ଜିକରଣ କରାଯାଉ ବୋଲି ଦାବି କରାଯାଇଛି