ଲାଞ୍ଜିଗଡ: ଜୟପାଟଣା ମୁଖୀଗୁଡା ମୁଖ୍ୟ ରାସ୍ତାର କରଞ୍ଜିଗୁଡା ଠାରେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ।
ବୁଧବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜୟପାଟଣା ମୁଖୀଗୁଡା ମୁଖ୍ୟ ରାସ୍ତା କରଞ୍ଜିଗୁଡା ଗାଁ ରେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ ।ସୂଚନା ଅନୁଯାୟୀ କରଞ୍ଜିଗୁଡା ଗାଁର ସଞ୍ଜୟ ନାଏକ ଗତ ଶନିବାର ଦିନ ସନ୍ଧ୍ୟାରେ ଔଷଧ କିଣି ଫେରୁଥିବା ସମୟରେ ମୁଖୀଗୁଡା ଫାଣ୍ଡି ନିକଟରେ ଦୁଇ ବାଇକ୍ ମୁହାମୁହିଁ ହୋଇଥିଲା ।ସଞ୍ଜୟ ନାଏକ ଛିଟିକି ପଡ଼ିଥିଲେ ଗୁରୁତର ହୋଇଥିଲେ।ତାଙ୍କୁ ସ୍ଥାନୀୟ ଜୟପାଟଣା ଗୋଷ୍ଠୀ କେନ୍ଦ୍ର ଠାରେ ଭର୍ତ୍ତି କରାଯାଇଥିଲା,ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବୁର୍ଲା ଏବଂ ରାୟପୁର ସ୍ଥାନାନ୍ତରିତ କରାଯାଇଥିଲା।