ଧର୍ମଶାଳା: ଚହଟା ପଞ୍ଚାୟତର ବିଜେପି ଦଳର କାର୍ଯ୍ୟକର୍ତ୍ତାଙ୍କ ମାତାଙ୍କ ଏକାଦଶ କାର୍ଯ୍ୟକ୍ରମରେ ଯୋଗ ଦେଲେ ଧର୍ମଶାଳା ବିଧାୟକ
ଗୁରୁବାର 5ଟା ସମୟରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଚହଟା ଗ୍ରାମପଞ୍ଚାୟତର ବିଜେପି ଦଳର କାର୍ଯ୍ୟକର୍ତ୍ତା ଜଗଦୀଶ ମହାନ୍ତିଙ୍କ ମାତା ସ୍ବର୍ଗତ ସଂଯୁକ୍ତା ମହାନ୍ତିଙ୍କ ଏକାଦଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ଯୋଗ ଦେଲେ l ଏକାଦଶ କ୍ରିୟାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ତାଙ୍କ ସ୍ମୃତିକୁ ମନେ ପକାଇବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l