ସୋରଡା: ସୋରଡ଼ା ବ୍ଲକ ଅନ୍ତର୍ଗତ କଇଠଗୁଡା ଗ୍ରାମ ବାସୀଙ୍କ ପକ୍ଷରୁ ୧୦୮କଳସ ଯାତ୍ରାରେ ସହର ପରିକ୍ରମା,ନାମଯଜ୍ଞ,ଘୃତଯଜ୍ଞ,ଅନ୍ନ ଯଜ୍ଞ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ କଇଠଗୁଡା ଗ୍ରାମରେ ଆୟୋଜିତ ହୋଇଯାଇଛି ନାମ ଯଜ୍ଞ,ଅନ୍ନ ଯଜ୍ଞ,ଘୃତ ଯଜ୍ଞ. ଗ୍ରାମରେ ଭକ୍ତିପୂତ ପରିବେଷ ସୃଷ୍ଟି ହୋଇଛି. ଆଜି ଅପରାହ୍ନ ରେ ଗ୍ରାମର ଶତାଧିକ ମହିଳା ଙ୍କ ସହ ଗ୍ରାମବାସୀ ଘଣ୍ଟ ମୃଦୁଙ୍ଗ, ଢୋଲ ନେଇ ବିରାଟ ସୋରଡ଼ା ସହର ରେ ଥିବା ବୁଦ୍ଧଶ୍ୱେର ମନ୍ଦିର ନିକଟରେ ବହିଯାଇଥିବା ପବିତ୍ର ଋଷୁକୂଲ୍ୟା ନଦୀର ଉତ୍ତର ବାଙ୍କ ରୁ ୧୦୮ସୁଭାଶିତ କଳସ ରେ ଜଳ ନେଇ ସହର ପରିକ୍ରମା କରଥିଲେ କଇଠଗୁଡା ଗ୍ରାମର ଗ୍ରାମବାସୀ.