ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ମର୍ଜିତାପୁର ଏବଂ ରାଇଛନ୍ଦାରେ ବୁଧବାର ରାତିରେ ଚଢ଼ାଉ କରି ଶହେ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଜେନାପୁର ପୋଲିସ । ଗିରଫ ଦୁଇ ଦେଶୀ ମଦ ବେପାରୀ ଜେନାପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ସମ୍ପୃକ୍ତ ଦୁଇଯୁବକ ମର୍ଜିତାପୁର ପଞ୍ଚାୟତ ନାଥ ସାହିର ଜୟଦେବ ନାଥ ଏବଂ ଅନ୍ୟ ଜଣେ ରାଇଛନ୍ଦା ଗ୍ରାମର ବିପିନ ମଲ୍ଲିକ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ଚଢ଼ାଉ ବେଳେ ଉଭୟଙ୍କ ଠାରୁ 100 ଲିଟର ଦେଶୀ ମଦ ଜବତ କରାଯାଇଛି ।