ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଶ୍ରମିକ ଭବନ ଠାରେ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ପରିଷଦ ପକ୍ଷରୁ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ମନୋରଞ୍ଜନ ଭୋଇଙ୍କ ସଭାପତିତ୍ବରେ ବୁଧବାର ସନ୍ଧ୍ୟା ପାଞ୍ଚଟାରେ ଆୟୋଜିତ ଏହି ବୈଠକ ରେ ଧରତି ଆବା ସହିଦ୍ ବୀର ବିର୍ସା ମୁଣ୍ଡା ଙ୍କ ଶହେ୫୧ ତମ ଜନ୍ମ ଜୟନ୍ତୀ କୁ ଧୁମଧାମରେ ପାଳନ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଜୟନ୍ତୀ ଉତ୍ସବକୁ ଜନ ମାନସରେ ଆଦୃତ କରିବାପାଇଁ ଓ ସୁଚାରୁ ରୂପେ ସମାପନ କରିବା ପାଇଁ ଦୁଇଟି କମିଟି ଗଠନ କରାଯାଇଛି।