ମୋନ୍ଥା ବାତ୍ୟା ଜନିତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ପାଣି ପାଗ ବିଭାଗ ପକ୍ଷରୁ କଳାହାଣ୍ଡିକୁ ରେଡ୍ ଓ୍ଵାର୍ନିଂ ଦିଆଯାଇଛି। ଏଥିପାଇଁ ଫୁଲ ଦମ୍ ରେ ପ୍ରସ୍ତୁତି ରହିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଥୁଆମୁଳ ରାମପୁର ଠାରେ ଉପସ୍ଥିତ ରହିଛନ୍ତି ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା। ଅପରାହ୍ନରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସମିତି ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ।