ବୀରମିତ୍ରପୁର: ହାତୀବାରି ଥାନାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ।
ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବନ୍ଦନା ରାଣୀ ପଟେଲ ଗତ ୨୮ସେପ୍ଟେମ୍ବର ୨୦୨୫ ତାରିଖ ଦିନ ହାତୀବାରି ଥାନାରେ ଚୋରି ସମ୍ବନ୍ଧୀୟ ଏକ ଲିଖିତଭାବେ ଜଣାଇଥିଲେ।ଏନେଇ ହାତୀବାରି ପୋଲିସ ଏକ ମାମଲା ରୁଜ କରି ତଦନ୍ତ ଚଳାଇଥିଲେ।ଏଥିରେ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।