ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଓ ପାହାଡ ପଦର ପଞ୍ଚାୟତ ସିମେଲ ପଦର ଗାଁରେ ନୂତନ ଶାଖା ଡାକ ଘର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ନର୍ଲା ସବଡ଼ିଭିଜନ ଡାକ ନିରୀକ୍ଷକ ରମେଶ କୁମାର ପ୍ରଦାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସନ୍ନମାନତ ଅତିଥିଭାବେ ବିଜେପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଟିକା ମାଝୀ ଯୋଗଦେଇ ନୂତନ ଡାକ ଘର ଶୁଭ ଉଦ୍ଘାଟନ କରିଥିଲେ l ଏହି ପରିପ୍ରେକ୍ଷୀରେ ନର୍ଲା ଡାକ ନିରୀକ୍ଷକ ଶ୍ରୀ ପ୍ରଦାନ ଭାରତୀୟ ଡାକ ବିଭାଗର ସମସ୍ତ ଯୋଜନା ଯଥା ସୁକନ୍ୟା, ଡାକଘରେ ପୁନଃପୌନି ଯୋଜନା, ଡାକଘର ମିଆଦି, ଗ୍ରାମୀଣ ଡାକ ଜୀବନ ବିମା ଉପରେ ବୁଝାଇଥିଲେ।