ନୂଆପଡା: ନେସନାଲ ଉଚ୍ଚ ବିଦ୍ୟାଳୟ ରେ ସାଲିହା କ୍ରାନ୍ତି ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଗ୍ରହ କ୍ରମେ ନେସନାଲ ଉଚ୍ଚ ବିଦ୍ୟାଳୟ ରେ ସାଲିହା କ୍ରାନ୍ତି ଦିବସ ପାଳନ ଅବସରରେ ଚିତ୍ରାଙ୍କନ ପ୍ରବନ୍ଧ ଲିଖନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗ ର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁ ଏ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମ ଲାଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ