ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ସ୍ଥିତ ପାଲୁରଗଡ଼ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବିବେକାନନ୍ଦ ଜୟନ୍ତୀ ଅବସରରେ ୧୫ ତମ ବାର୍ଷିକ ଉତ୍ସବ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ମଧ୍ୟାହ୍ନରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ସରପଞ୍ଚ ସନ୍ତୋଷିନୀ ବେହେରା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ସମିତିସଭ୍ୟା ଗୀତାଞ୍ଜଳି ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।