ଗତ କିଛିଦିନ ହେଲା ଜୟପାଟଣା ବ୍ଲକ ଗୁନଗୁନିଆ ଏବଂ କାଶୀବାହାଲ ଚଞ୍ଚରାପଡା ଅଞ୍ଚଳରେ ଜଙ୍ଗଲି ଭାଲୁର ଆତଙ୍କ ଦେଖିବାକୁ ମିଳିଛି। ସଂଧ୍ୟା ହେବା ମାତ୍ରେ ଜଙ୍ଗଲି ଭାଲୁ ଗାଁ ମୁହାଁ ହେଉଥିବା ଯୋଗୁଁ ଲୋକେ ଭୟଭୀତ ହେଉଛନ୍ତି।ଶୁକ୍ରବାର ସଂଧ୍ୟା 7ଟା ସମୟରେ ଭାଲୁ ଗାଁ ମୁହାଁ ହୋଇଥିବାରୁ ଗ୍ରାମବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କାଶୀବାହାଲ ଚଞ୍ଚରାପଡ଼ାଠାରୁ ଜୟପାଟଣା ବ୍ଲକ ଗୁନଗୁନିଆ ରାସ୍ତାରେ ଗତ କିଛିଦିନ ହେଲା ଭାଲୁ ଗତିବିଧି ରହିଛି। ଏହି ରାସ୍ତାରେ ଲୋକ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଥିଲେ। କିନ୍ତୁ ଭାଲୁ ଆତଙ୍କ ଯୋଗୁଁ ଏହି ରାସ୍ତା ଦେଇ ଯାତାୟତ କରିବା ପାଇଁ ଲୋକେ ଭୟଭୀତ