ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଜରଙ୍ଗଲୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ମେନକା କାଲୋ ଅନାସ୍ଥା ପ୍ରସ୍ତାବ ରେ ତାଙ୍କର ପଦ ହରାଇଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ ଜରଙ୍ଗଲୋଇ ଗ୍ରାମ ପଞ୍ଚାୟତର ୱାଡ଼ ସଭ୍ୟ ମାନେ ସରପଞ୍ଚ ଉନ୍ନୟନ ମୂଳକ କାର୍ଯ୍ୟରେ ମନମୁଖୀ କରୁଥିବା ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିଯାଇଥବା ସରପଞ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।ଯାହା ଫଳରେ କିଛି ସମୟ ପାଇଁ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରହିଥିଲା।