କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ଗ୍ରାମବାସୀ ବିଭିନ୍ନ ସମସ୍ୟା ନେଇ ହେଲେ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1 ଟା ସମୟରେ କେଲୋ ଗ୍ରାମର ଲୋକେ ତାଙ୍କ ଗ୍ରାମରେ ଜଣେ ବ୍ୟକ୍ତି ଏକ ସରକାରୀ ରାସ୍ତାରେ କଣ୍ଟା ଗଛ ଲଗାଇ ସେହି ରାସ୍ତାକୁ ବନ୍ଦ କରିଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ବାରମ୍ବାର କହିବା ସତ୍ୱେ କେହି ନଶୁଣିବାରୁ ଆଜି ଗ୍ରାମବାସୀ ଜ଼ିଲ୍ଲାପାଳଙ୍କ ଦ୍ୱରାସ୍ଥ ହୋଇ ଅଭିଯୋଗ କରିଥିଲେ l ସେପଟେ ଜ଼ିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ତୁରନ୍ତ ନାକଟିଦେଉଳ ବିଡ଼ିଓଙ୍କୁ ଏନେଇ ତଦନ୍ତ କରିବା ପାଈଁ ନିର୍ଦ୍ଧେଶ ଦେଇଛନ୍ତି