ଦେବଗଡ: ମେଦିନୀପୁର ଅଂଚଳରେ ୧୩ ଟିକିଆ ହାତୀ ପଲ ଉପଦ୍ରବ
ରିଆମାଳ ବନାଂଚଳ କଂସର ଫରେଷ୍ଟ ସେକ୍ସନ ମେଦିନୀପୁର ଅଂଚଳରେ ମଙ୍ଗଳବାର ରାତି ୧୩ ଟିକିଆ ହାତୀ ପଲ ଉପଦ୍ରବ କରିଥିବା ଜଣାପଡିଛି । ମେଦିନୀପୁର ଗ୍ରାମ ନିକଟ କଂସର ସଂରକ୍ଷିତ ଜଙ୍ଗଲରେ ଦିନ ବେଳା ହାତୀ ପଲ ରହିଥିବା ବେଳେ ରାତିରେ ଗାଁ ନିକଟ ଚାଷ ଜମିକୁ ଆସି କ୍ଷୟକ୍ଷତି କରୁଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳର ଚାଷୀ ଧାନ ଅମଳ ପୂର୍ବରୁ କ୍ଷତି ସହୁଛନ୍ତି । ମଙ୍ଗଳବାର ରାତି ୧୦ ଟାରେ ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୩ ଟିକିଆ ହାତୀ ପଲ ମେଦିନୀପୁର ଅଂଚଳରେ ରହି ଉପଦ୍ରବ କରୁଛନ୍ତି ।