ଦେବଗଡ: ବାରକୋଟ ବ୍ଳକ ସଦର ମହକୁମାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର, ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ସଦର ମହକୁମାରେ ଆଜି ଦିନ ପ୍ରାୟ ୨ ପର୍ଯ୍ୟନ୍ତ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବାରକୋଟ ସ୍ଥିତ ବିଧାୟକଙ୍କ ନିଜସ୍ଵ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଜନସାଧାରଣ ଆଣିଥିବା 23 ଟି ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ଶୁଣିଥିଲେ।ଏଥିସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜନସାଧାରଣଙ୍କୁ ବିଧାୟକ ପ୍ରତିଶ୍ମୃତି ଦେଇଥିଲେ । ସେହିପରି କେତେକ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଜରିଆରେ ଯୋଗାଯୋଗ କରି ସମସ୍ୟାର ତୁରନ୍ତ ସମାଧାନ କରିଥିଲେ।