ସିମୁଳିଆ: ନହଙ୍ଗ ଦାସସାହି ରେ 12 ଫୁଟ ଲମ୍ବର ଅଜଗର ସାପ କୁ ଉଦ୍ଧାର
12ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର lବାଡ଼ରେ ଲାଗିଥିବା ଜାଲରେ ଛନ୍ଦି ହୋଇ ଥିବା ଅଜଗର ସାପ ଉଦ୍ଧାର କଲେ ଗ୍ରାମବାସୀ। ଖଇରା ଥାନା ନହଙ୍ଗ ଗ୍ରାମ ର ବାଡ଼ରେ ଲାଗିଥିବା ଜାଲରେ ଛନ୍ଦି ହୋଇ ପଡିଥିବା ୧୨ ଫୁଟ ଲମ୍ବର ର ଏକ ଅଜଗର ସାପ କୁ ଗ୍ରାମବାସୀ ଙ୍କ ଦ୍ଵାରା ଉଦ୍ଧାର କରାଯାଇଛି।ଏହି ଗ୍ରାମର ଦାସସାହି ରେ ଅଜଗର ସାପଟି ଜାଲରେ ଗୋଡେଇ ହୋଇ ଜୋର ନିଃଶ୍ୱାସ ନେଉଥିଲା ବେଳେ କୁକୁର ତାକୁ ଦେଖି ଭୋକିଥିଲେ।ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ନଜର ପଡିଵାରୁ ଜାଲ ରୁ ତାକୁ ଯୁବସମାଜ ସେବୀ ମନୋଜ କୁମାର ଦାସ ବହୁ କଷ୍ଟରେ ତାକୁ ଉଦ୍ଧାର କରିଥିଲେ। ବନ ବିଭାଗ ପହଁଚି ସାପ କୁ ଉଦ୍ଧାର ଜଙ୍ଗଲ ଛାଡିଥିଲେ l