କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ସାନ ଚଡିଆପଡା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୃଘଟଣା,ବୋଲର ସହ ଲକ୍ଷ୍ମୀ ବସ ମୁହାଁମୁହିଁ ଧକ୍କା,ଡ୍ରାଇଭର ଗୁରୁତର
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସାନଚଡିଆ ପଡା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୃଘଟଣା. ଗତକାଲି ବିଳମ୍ବତ ରାତ୍ରି ସମୟରେ ଘଟିଛି ଏହି ଦୃଘଟଣା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ମଝିରେ ଠିଆ ହୋଇଥିବା ଲକ୍ଷ୍ମୀ ବସ କୁ ଭୁବନେଶ୍ୱର ରୁ ଆସୁଥିବା ଏକ ବୋଲର ଗାଡି ଯାହାର ନୁମ୍ବର OD02BS7347 ଗାଡି ଟି ଧକ୍କା ହୋଇଥିଲା. ଏଥିରେ ବୋଲର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ପ୍ରଥମେ କବିସୂର୍ଯ୍ୟନଗର ପରେ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି.