ଚାନ୍ଦବାଲି ଏନଏସି ବାଲିଗାଁ ଅନ୍ତର୍ଗତ ବାମଦେବପୁର ଶାସନରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ସ୍ଵର୍ଣ୍ଣଲତା ମିଶ୍ରଙ୍କ ଦୁଇ ବଖରା ଚାଲ ଘର ସମ୍ପୂର୍ଣ୍ଣ ପୋଡିଯିବା ସହ ଘରେ ଥିବା ଧାନ ଓ ଚାଉଳ ପୋଡି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଳାବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଛି।