ଦେବଗଡ ଟାଉନ ହଲ ଠାରେ ଆଜି ‘ଜାତୀୟ ନାଟକ ଓ ନୃତ୍ୟ ମହୋତ୍ସବ-୨୦୨୫’ ଉଦଘାଟିତ ହୋଇଯାଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବରଗଡ ଜିଲ୍ଲା ସୋହେଲାର ‘ଡ୍ରାମା ଚେତନା’ ଅନୁଷ୍ଠାନ ଦ୍ୱାରା ନାଟ୍ୟରଶ୍ମୀ ଅଶୋକ କୁମାର ବହିଦାରଙ୍କ ରଚିତ ଓ ଡକ୍ଟର ତୁଷାର କାନ୍ତ ସାହୁଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ‘ବୁକା’ ମଂଚସ୍ଥ ହୋଇଥିଲା । ନାଟକ ‘ବୁକା’ରେ ଅଭିନୟ କରୁଥିବା ସମସ୍ତ କଳାକାର ନିଖୁଣ ଅଭିନୟ ମାଧ୍ୟମରେ ବଳିପ୍ରଥା ଭଳି ଏକ ଅନ୍ଧବିଶ୍ୱାସକୁ ଦୂରେଇବା ପାଇଁ ସନ୍ଦେଶ ଦେଇଥିଲେ । ଆଜି ରାତି ପ୍ରାୟ ୯ ପର୍ଯ୍ୟନ୍ତ ଉକ୍ତ ନାଟକ ପରିବେଶଣ କରାଯାଇଥିଲା ।