ଭାରସାମ୍ୟ ହରାଇ ରାସ୍ତା ଉପରେ ବଳଦକୁ ଧକ୍କା ଦେଇ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଥିବା ବାଇକ ଚାଳକଙ୍କ ପରିଚୟ ମିଳି ପାରି ନାହିଁ । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖଡିନାଳୀ ଛକରେ ସୋମବାର ଦିନ ପ୍ରାୟ ୪ ଟାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ବାଇକ ବାରକୋଟ ପଟୁ ପାଲଲହଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖଡିନାଳୀ ଛକରେ ରାସ୍ତା ଉପରେ ବୁଲୁଥିବା ଏକ ବଳଦକୁ ଧକ୍କା ଦେଇଥିଲେ । ଫଳରେ ରାସ୍ତାରେ ଛିଟିକି ପଡିବା ସହିତ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ ।