ଶୁକ୍ରବାର ପରଟା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଝୁମି ପ୍ରଧାନି କୁ ହତ୍ୟା ଘଟଣାରେ ଆଜି ତଥା ଶନିବାର ନନ୍ଦପୁର ପୁଲିସ୍ ଝୁମି ଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ସଂସ୍କାର କରିଥିବା ଜଣାପଡିଛି l ପରିସ୍ଥିତି କୁ ସମ୍ମୁଖରେ ରଖି କୌଣସି ଅଘଟଣ ନ ଘଟେ ସେଥି ନିମନ୍ତେ ନନ୍ଦପୁର ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଶୁକ୍ରବାର ଶବ ଉଦ୍ଧାର ପରେ ସନ୍ଧ୍ୟା ହୋଇ ଥିବା ବେଳେ ଶନିବାର ସକାଳୁ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗ କୁ ଶବ ହସ୍ତାନ୍ତର କରିଥିବା ବେଳେ ପରଟା ଗ୍ରାମ ର ସ୍ଥିତି କୁ ଆଖି ଆଗରେ ରଖି ପୁଲିସ୍ ସତର୍କତା ସହ ଗ୍ରାମ ରେ ପୁରା ପୁଲିସ୍ ଚ୍ଛାଉଣୀ କରି