ସ୍ଥାନୀୟ ଟାଉନ ଥାନାଞ୍ଚଳର ପି. ସାହୁ ନାମକ ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ହ୍ୱାଟସଅପ ଜରିଆରେ ଆରଟିଓ ଚାଲାଣ କଟିଥିବାର ଏକ ଲିଙ୍କ ଆସିଥିଲା । ସେହି ଲିଙ୍କକୁ କ୍ଲିକ କରିବାରୁ ମୋବାଇଲ ନମ୍ବର ଓ ଆଧାର କାର୍ଡ ନମ୍ବର ସମ୍ପର୍କିତ ତଥ୍ୟ ମାଗିଥିଲା । ଉକ୍ତ ତଥ୍ୟ ଗୁଡିକ ଦେବା ପରେ ତାଙ୍କର ବ୍ୟାଙ୍କ ଆକାଉନ୍ଟରୁ ୨ ଲକ୍ଷ ୩୪ ହଜାର ଟଙ୍କା କଟି ଯାଇଥିବାର ସୂଚନା ଆସିଥିଲା । ଏନେଇ ବ୍ୟକ୍ତି ଜଣକ ସାଇବର ଠକେଇର ଶିକାର ହୋଇଥିବାର ଜାଣି ବ୍ୟକ୍ତି ଜଣକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ନେଇ ଆଜି ରାତି 11 ଟା ରେ ସୂଚନ