ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭିକମପାଲି ବୁଲାଣି ନିକଟରେ ଦୁର୍ଘଟଣା l ଆଜି ଅପରାହ୍ନ ପ୍ରାୟ ୫ ଟା ୩୦ ରେ ଏକ ଟ୍ରେଲର ଓ ପିକଅପ ମଧ୍ୟରେ ଧକ୍କା ହେବାରୁ ପିକଅପ ଗାଡ଼ିରେ ଥିବା ୭ ରୁ ଅଧିକ ମହିଳା ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାବେଳେ ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ରେଙ୍ଗାଲି ପୋଲିସ ସୂଚନା ଦେଇଛି l