ଗୁଣୁପୁର: ଆସନ୍ତା ୨୬ ତାରିଖରେ ରାଜ୍ୟରାଣି ଏକ୍ସପ୍ରେସ ଟ୍ରେନ ଗୁଣୁପୁର ଆସିବ ନାହିଁ, ପଲାସାରୁ ଫେରିଯିିବ
ଗୁରୁବାର ଅପରାହ୍ନରେ ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୬ ତାରିଖ ସୋମବାର ଦିନ ରାଉରକେଲା - ଗୁଣପୁର ରାଜ୍ୟରାଣି ଏକ୍ସପ୍ରେସ ଟ୍ରେନ ଗୁଣପୁର ଆସିବ ନାହିଁ । ଏହି ଟ୍ରେନ ଗୁଣପୁର ନ ଆସି ନିର୍ଦ୍ଦାରିତ ସମୟରେ ପଲାସା ଠାରୁ ଫେରିଯିବ । ନୌପଡା ଏବଂ ପୁଣ୍ଡି ରେଳ ଲାଇନ ରେ ବିଭିନ୍ନ କାର୍ଯ୍ୟ ସକାଶେ ଟ୍ରେନ ଚଳାଚଳରେ ପରିବର୍ତ୍ତନ କରାଯାଇଛି ବୋଲି ରେଳ ବିଭାଗର ପକ୍ଷରୁ ସୂଚନା ପ୍ରାପ୍ତ ହୋଇଛି।