ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ଖଜୁରଟିକ୍ରା ଓ ଅନ୍ୟାନ୍ୟ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ସୋମବାର ସକାଳ 8 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ପୋଲ ସିଫଟିଙ୍ଗ ପାଇଁ ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆଜି ଅପରାହ୍ନ 2 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ସହରର ବାନ୍ଦୁଟିକ୍ରା ଛକରୁ ସୁଧା କ୍ଲିନିକ, ପଟ୍ଟନାୟକ ଲାଇନ,ଖଜୁରଟିକ୍ରା,ଯେ ଯେ ରେସିଡେନ୍ସୀ, ଖଜୁରଟିକ୍ରା,ଶ୍ରୀରାମ ବିହାର ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।