ବିଚିତ୍ରପୁର ଗାଁରେ ଅଘଟଣ,ବର୍ଷା ଯୋଗୁ କାନ୍ଥ ପଡି ବୃଦ୍ଧା ମୃତ୍ୟୁ,ଯାଜପୁର ଟାଉନ ପୋଲିସର ତଦନ୍ତ ଆରମ୍ଭ l ବିଚିତ୍ରପୁର ଗାଁର ବୀଣା ଦାସ ଗତକାଲି ଖାଈପିଇ ଘରେ ଶୋଇଥିଲେ l ତେବେ ଲଗାଣ ବର୍ଷା ହେବା ଫଳରେ ପ୍ରାୟ ଭୋର 4:30 ମିନିଟ ସମୟରେ କାନ୍ଥ ପଡି ଯାଇଥିବା ଶବ୍ଦ ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ l ଏଥିସହିତ କାନ୍ଥ ଭୁଶୁଡି ପଡି ବୃଦ୍ଧା ବୀଣାଙ୍କ ଉପରେ ପଡି ଯାଇଥିବା ଦେଖିବାକୁ ପାଇଥିଲେ l ତେବେ ଏହି କାନ୍ଥ ପଡିଯିବା ହେତୁ ବୃଦ୍ଧାଙ୍କ ମୃତ୍ୟୁ ବରଣ ହେଇଥିଲା l ସେପଟେ ଆଜି ଖବର ପାଇ ଯାଜପୁର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l