ରେମେଡ଼ ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣେ ମୃତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 1 ଟା ସମୟରେ ରେମେଡ଼ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ହେଲେ ଅଇଁଠାପାଲି ବୃନ୍ଦାବନ ବିହାର ନିବାସୀ ରାଜ କିଶୋର ଦାଶ l ରାଜ କିଶୋର ଆଜି ତାଙ୍କ ସ୍କୁଟିରେ ବୁର୍ଲାରୁ କୌଣସି କାମ ସାରି ଫେରୁଥିବା ବେଳେ ଏକ ମାଲବାହୀ ଟ୍ରକ ରେମେଡ ଛକରେ ତାଙ୍କୁ ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ପୁଲିସ ଉଭୟ ଗାଡି ଗୁଡିକୁ ଜବତ କରି ଟ୍ରକ ଚାଳକଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।