ଭେଣ୍ଡିଗୁଡାରେ ମୃତ ଡ୍ରାଇଭର ଙ୍କ ପରିବାର କୁ ସହାୟତା ର ହାତ ବଢ଼େଇଲେ ଓଡିଶା ଡ୍ରାଇଭର ମହାସଂଘ. ଓଡିଶା ଡ୍ରାଇଭର ମହାସଂଘ ଏବଂ ନବରଙ୍ଗପୁର ଡ୍ରାଇଭର ମହାସଂଘ ସୃଷ୍ଟି କଲେ ଭାଇଚାରାର ଉଦାହରଣ , ନିଜ ସଂଘ ସଦସ୍ୟଙ୍କ ମୃତ୍ୟୁ ପରେ ପରିବାରଙ୍କୁ କଲେ ଆର୍ଥିକ ସହାୟତା। ସାହିଲ ହୋଟେଲ ପାର୍ଶ୍ଵ ଭେଣ୍ଡିଗୁଡା ର ରାଜେନ୍ଦ୍ର ସୌରା ଡ୍ରାଇଭରଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ଦୁଃଖ ସମୟରେ ପରିବାର ପାଇଁ ସହାୟତାର ହାତ ବଢ଼ାଇ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ଏବଂ ନବରଙ୍ଗପୁର ଡ୍ରାଇଭର ମହାସଂଘ ନବରଙ୍ଗପୁର ସଦରର ସଦସ୍ୟ ମାନେ ।