ଦେବଗଡ ଥାନା ଅନ୍ତର୍ଗତ ବିଶି ବାଲିପସି ଗ୍ରାମରେ ଜଣେ ଯୁବକଙ୍କ ଉନ୍ମତ କାଣ୍ଡ ନେଇ ଅଭିଯୋଗ ହୋଇଛି । ବିଶିବାଲିପସି ଗ୍ରାମର ଝସକେତନ ସିଂଙ୍କ ସ୍ତ୍ରୀ ସେଲିନା ରଣ ସେହି ଗ୍ରାମର ବିଶ୍ୱଜିତ ସୁହୁଳାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଶୁକ୍ରବାର ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇ ରାତି ୧୦ ଟାରେ ପୋଲିସ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ଗତ ୨୩ ତାରିଖ ସନ୍ଧ୍ୟାରେ ବିଶ୍ୱଜିତ ମଦ୍ୟପାନ କରି ସେଲିନାଙ୍କ ଘରକୁ ଆସି ତାଙ୍କ ସ୍ୱାମୀଙ୍କୁ ଫୋନ କରିବା ସହିତ କେବେ ବକେୟା ଟଙ୍କା ଦେବ ସେନେଇ ପଚାରିବାକୁ କହିଥିଲା ।