ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବାର ଅଦାଲତ ୬୧ ବର୍ଷର ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଦେବଗଡ ଅତିରିକ୍ତ ଦୌରାଜଜ ତଥା ସ୍ୱତନ୍ତ୍ର ଜଜ୍ ମାତ୍ର ୬ ମାସ ଭିତରେ ଉକ୍ତ ମାମଲାର ବିଚାର କରି ଆଜି ରାୟ ପ୍ରକାଶ କରିଥିବା ଜଣାପଡିଛି । ରିଆମାଳ ଥାନା ବଡଡଙ୍ଗାଘାଟ ଗ୍ରାମର ଦୁଷ୍କର୍ମକାରୀ ୬୧ ବର୍ଷର ବୃଦ୍ଧ ସାମା ଓରଫ ସୋମା ମୁଣ୍ଡା ଜଣେ ୧୧ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।