ସହର ସ୍ଥିତ ଗୌଶିକ ଫିଟନେସ ପାର୍କ ଜିମରେ ଜିମର ତୃତୀୟ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳିତ ହେଇଯାଇଛି ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ରୂପେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ରବୀନ୍ଦ୍ର ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ମହାରଣା, ଟ୍ରକ ଆଉ ଘରୋଇ ବସ ମାଲିକ ସଙ୍ଘର ସଭାପତି ଶ୍ରୀ ପ୍ରକାଶ ତ୍ରିପାଠୀ, ଟେଲି ନିର୍ଦେଶକ ତଥା ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ଶ୍ରୀ ମନୋଜ ପଟନାୟକ ପ୍ରମୁଖ ଯୋଗଦେଇଥିଲେ