ବୌଦ୍ଧ ସଦର: ଡ଼ିମିରିଖୋଲ ଗ୍ରାମ ରାସ୍ତାରେ ବେଆନ ମଦ କାରବାର ନେଇ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ ୧୦ଳିଟର ମଦ ଜବତ ମାମଲା ରୁଜୁ
ଆଜି ସନ୍ଧ୍ୟା ୭.୩୦ ରେ ବୌଦ୍ଧ ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ବୌଦ୍ଧ ଅବକାରୀ ପୋଲିସର ଏକ ଟିମ ବୌଦ୍ଧ ଥାନା ଅନ୍ତର୍ଗତ ଡ଼ିମିରିଖୋଲ ଗ୍ରାମରେ ଆଜି ପାଖାପାଖି ମଧ୍ୟାନ୍ହ ୧୨ଟା ସମୟରେ ଚଢ଼ାଉ କରି, ଗ୍ରାମ ରାସ୍ତାରୁ ୧୦ଲିଟର ବେଆନ ମହୁଲି ମଦକୁ ଜବତ କରି l ସମ୍ପୃକ୍ତ ଆସାମୀ ନାମରେ ୧୪୫/୨୦୨୫-୨୬ରେ ମାମଲା ରୁଜୁ କରି BNSS ୩୫(୩)ରେ ନୋଟିସ ଦେଇ ଆସାମୀକୁ ଛାଡି ଦିଆଯାଇଛି l ଏନେଇ ବୌଦ୍ଧ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି