ଜମନକିରା: ଜମନକିରା ଅଞ୍ଚଳ ରେ ଜଣେ ସ୍କୁଲ ଛାତ୍ରୀ ଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ କୁ ଜେଲ ପଠାଇଲା ପୋଲିସ
ଶନିବାର ଦିନ ଜମନକିରା ଅଞ୍ଚଳ ର ଜଣେ ୧୪ ବର୍ଷୀୟା ନାବାଳିକା କୁ ଅମିର କୁରେଶି ନାମକ ଜଣେ ଯୁବକ ପ୍ରଲୋଭନ ଦେଖାଇ ନିଜ କାର ରେ ଦେବଗଡ଼ ପ୍ରଧାନପାଟ ଜଳପ୍ରପାତ କୁ ବୁଲେଇ ନେଇ ଥିଲେ। ଏବଂ ସେଠାରୁ ଫେରିବା ବେଳେ ବାଟରେ ଏକ ନିଛାଟିଆ ସ୍ଥାନରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ଜାଣିବା ପରେ ପିଡୀତା ଙ୍କ ମା ଜମନକିରା ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୋଗ କୁ ଭିତ୍ତି କରି ପୋଲିସ ରବିବାର ଦିନ ଅଭିଯୁକ୍ତ ଅମିର୍ କୁରେଶୀ କୁ ଗିରଫ କରି ସନ୍ଧ୍ୟା ପାଞ୍ଚଟା ସମୟରେ ସମ୍ବଲପୁର ପୋସ୍କୋ କୋର୍ଟ କୁ ଚାଲାଣ କରିଛନ୍ତି।