ରିଆମାଳ ବନାଂଚଳ ନୂଆଡିହି ସେକ୍ସନ ବେଲମୁଣ୍ଡା ଗ୍ରାମ ନିକଟରେ ୧୨ ଟିକିଆ ହାତୀପଲ ଶନିବାର ରାତି ଉପଦ୍ରବ କରୁଥିବା ଜଣାପଡିଛି । ଶନିବାର ରାତି ୧୨ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଲିଛି । ହାତୀପଲରେ ୪ ଟି ଦନ୍ତା ହାତୀ, ୪ ଟି ମାଈ ହାତୀ ଏବଂ ୪ଟି ହାତୀ ଶାବକ ରହିଥିବା ଜଣାପଡିଛି । ହାତୀ ଉପଦ୍ରବଯୋଗୁଁ ଉକ୍ତ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହେଉଥିବା ବେଳେ ବନବିଭାଗ କର୍ମଚାରୀ ହାତୀ ଘଉଡାଇବାକୁ ଚେଷ୍ଟା କରିବା ସହିତ ଉକ୍ତ ଅଂଚଳରେ କଡାକଡି ପେଟ୍ରୋଲିଂ କରୁଥିବା ଜଣାପଡିଛି ।