ଯାଜପୁର: ଖାରଜ ବଟିରା ଗାଁରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଆସବାବପାତ୍ର ପୋଡି ପାଉଁଶ,ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ୍ତ
ଖାରଜ ବଟିରା ଗାଁରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଆସବାବପାତ୍ର ପୋଡି ପାଉଁଶ,ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ୍ତ l ପ୍ରଫୁଲ ମଲ୍ଲିକଙ୍କ ପରିବାର ଲୋକେ ଖାଈପିଇ ଶୋଇଥିଲେ l ହଠାତ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଥିବା ପରିବାର ଲୋକେ ଦେଖି ଘର ବାହାରକୁ ଧାଇଁ ଆସିଥିଲେ l ଏଥିସହିତ ଯାଜପୁର ରୋଡ ଅଗ୍ନିଶମ ବିଭାଗ ଅଧିକାରୀ ତାପସ ମନ୍ତ୍ରୀଙ୍କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ଅଧିକାରୀ ଶ୍ରୀ ମନ୍ତ୍ରୀ କର୍ମଚାରୀଙ୍କୁ ଧରି ଘଟଣା ସ୍ଥଳରେ ପହଂଚି ଥିଲେ l ଏଥିସହିତ ଦୀର୍ଘ ସମୟ ଚ୍ୟାଷ୍ଠା କରିବା ପରେ ନିଆଁକୁ ଆୟତ୍ତକୁ ଆଣିଥିଲେ l