କେନ୍ଦୁଝର ସହର: ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଚଳନ୍ତା ମିକ୍ସର୍ ମେସିନରେ ଲାଗିଲା ନିଆଁ
ବଡବିଲ ସହରର ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଆଜି ଏକ ଚଳନ୍ତା ମିକ୍ସର୍ ମେସିନରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ ବଡ ଧରଣର ଅଘଟଣ ଘଟି ନ ଥିବା ସୂଚନା ରହିଛି।