ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ଲଡ଼ୁଖାଇ ବାବା ଢ଼ାବା ସମ୍ମୁଖରେ ସଡ଼କ ଦୁର୍ଘଟଣା l ସ୍କୁଟି ଟି ଢ଼ାବା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକା ଦେଇଥିଲା l ଯାହାଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିଲେ l ବାରମ୍ବାର ଅଭିଯୋଗ କଲା ପରେ ବି ଢାବା କଡ଼ରେ ଟ୍ରକ ଗୁଡିକ ମନଇଚ୍ଛା ଗାଡି ପାର୍କିଙ୍କ କରୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି l ସେପଟେ ତୁରନ୍ତ ଦୁର୍ଘଟଣା ର ସିକାର ହୋଇଥିବା ଯୁବକଙ୍କୁ ବୁର୍ଲା ମେଡିକାଲ ନିଆଯାଇ ଅଧିକ ଚିକିତ୍ସା ପାଈଁ ଭର୍ତି କରାଯାଇଛି l ସେପଟେ ବୁର୍ଲା ଥାନା ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l