ବୁଧବାର ସନ୍ଧ୍ୟାରେ ହରଭଙ୍ଗା ବ୍ଲକ କରଡ଼ି ନିକଟରେ ନିର୍ମାଣାଧିନ ଏମଜିଏମ ସ୍ପିରିଟ କାରଖାନାର 40 ଫୁଟ ଉଚ୍ଚରୁ ଖସି ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି କରଡ଼ି ନିକଟରେ ରହି କାମ କରୁଥିବା ବାହାର ରାଜ୍ୟର ଶ୍ରମିକ ଦୀନେଶ ଯାଦବ କାରଖାନା ଚିମିନିରେ କାମ କରୁଥିବା ବେଳେ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ | ସହକର୍ମୀ ମାନେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତର ଖାନା ଆଣିଥିଲେ l ତାଙ୍କୁ ପ୍ରାଥମିକ ଚିକିତ୍ସl ପରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି |