ଧର୍ମଶାଳା: ଧର୍ମଶାଳା ଷ୍ଟାଡିଅମରେ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ, ଯୋଗଦେଲେ ମନ୍ତ୍ରୀ
ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଜପୁର ଜିଲ୍ଲା ଧର୍ମଶାଳା ଷ୍ଟାଡିଅମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଳକର ୧୪୫ ଜଣ ହିତାଧିକାରୀଙ୍କୁ ରବିବାର 7:30 ସମୟରେ ନୂତନ ରାସନ କାର୍ଡ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଏବଂ ଧର୍ମଶାଳା ବିଡ଼ିଓ ଉପସ୍ଥିତ ଥିଲେ। ଏହା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଅଂଶ ଭାବେ ଗରିବ ଓ ଅସହାୟ ଲୋକ