ରିଆମାଳ ଥାନା ତଥା ତିଳେଇବଣି ବ୍ଳକ କେନ୍ଦୁଘାଟ ନିକଟରେ ରବିବାର ରାତି ପ୍ରାୟ ୯ ଟାରେ ଭାରସାମ୍ୟ ହରାଇ ଟ୍ରାନଜିଟ ମିକ୍ସର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଡାକ୍ତରଖାନା ପଠାଇଛନ୍ତି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଗାଡି ଦୁର୍ଘଟଣା ହୋଇଥିବା ଜଣାପଡିଛି। କେନ୍ଦୁଘାଟ ନିକଟ ବୁଶାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ଗାଡିର ଅନେକ କ୍ଷୟକ୍ଷତି ହୋଇଛି।