ପଟ୍ଟାଙ୍ଗୀ: ମାଳି ବୁଗୁଡ଼ା ଗ୍ରାମରେ ବାଜାବାଲାଙ୍କ ସହ ଗଣ୍ଡଗୋଳ ଘଟଣାରେ ଆଜି ନନ୍ଦପୁର ଥାନାରେ ମାମଲା
ବିବାହ ଉତ୍ସବରେ ବାଜାବାଲାଙ୍କ ସହ ଗଣ୍ଡୋଗଳ ନେଇ ବ୍ୟାଣ୍ଡ ପାର୍ଟି ସଦସ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ପ୍ରକାରେ ନନ୍ଦପୁର ଥାନା ଅଧୀନସ୍ଥ ଖେମୁଣ୍ଡୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାଳି ବୁରୁଡ଼ା ଗ୍ରାମର ଏକ ବ୍ୟାଣ୍ଡ ପାର୍ଟି ନିମନ୍ତ୍ରଣ କ୍ରମେ ଗତ ତା ୯/୧/୨୬ ରିଖ ଦିନ ଲେଞ୍ଜିଗୁଡ଼ା ଗ୍ରାମର ପ୍ରତାପ ଖରାଙ୍କ ବିବାହ ଉତ୍ସବରେ ବାଜା ବଜାଇବା ସକାଶେ ତାଙ୍କ ଘରକୁ ଯାଇଥିଲେ। ସେଠାରେ ଦିନ ତମାମ ବାଜା ବଜାଇ ରାତ୍ର ପ୍ରାୟ ୧୨ ଘଟିକା