ମାଲକାନଗିରି: ବଢୁଥିବା ମହିଳା ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ମହିଳା ଜନତାଦଳ ଏସପିଙ୍କୁ ଦାବିପତ୍ର ଦେଇ ମତରଖିଲେ ଜିଲ୍ଲା ବିଜେଡି ସଭାପତି
ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ, ଓ ଅପମାନ ଜନକ ପରିସ୍ଥିତିରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଦାବି ପତ୍ର ପ୍ରଦାନ।ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଜିଲ୍ଲା ବିଜୁ ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଓଡିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ପ୍ରତି ରାଜ୍ୟରେ ଘଟୁଥିବା ମହିଳା ବିରୋଧ ଲୋମହର୍ଷଣକାରୀ ଘଟଣାଗୁଡିକ ତର୍ଜମା କଲେ ଅନେକ କିଛି ଜଣା ଯାଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଜିଲ୍ଲା ସଭାପତି।