ଅନୁଗୋଳ: ଗୋପୀନାଥପୁର ଗ୍ରାମ ନିକଟରେ ହାତୀ ପଲ; ଚିନ୍ତାରେ ଚାଷୀ
Anugul, Angul | Sep 29, 2025 ସୋମବାର ବିଳମ୍ବତି ରାତିରେ ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଳକ ଅନ୍ତର୍ଗତ ନୂଆ ସାହି,କାଙ୍ଗୁଲା ଓ ଗୋପୀନାଥ ପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଶହଶହ ହେକ୍ଟର ଧାନ ଗଛ ଦଳାଚକଟା କରି ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।ସୂଚନା ଅନୁସାରେ ଜଙ୍ଗଲରୁ ଖାଇବା ଅଭାବ ଯୋଗୁଁ ଗାଁ ଓ ସହର ମୁହାଁ ହାତୀ ପଲ। ଗତକାଲି ରାତି ୧୦ଘଟିକା ଠାରୁ ୪୦ରୁ ଅଧିକ ହାତୀ ପଲ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ସୀମା ଅଞ୍ଚଳ ଗୋପୀନାଥ ପୁର ଓ କାଙ୍ଗୁଲା ଅଞ୍ଚକୁ ପ୍ରବେଶ କରିଥିଲେ। ଉକ୍ତ ୪୦ଟିକିଆ ହାତୀ ପଲ ଅନୁଗୋଳ ରେଞ୍ଜକୁ ଆସି କାଙ୍ଗୁଲା ଗୋପୀନାଥ ପୁର ଅଞ୍ଚଳକୁ ଆସି ଆଖପାଖରେ ଉପଦ୍ରବ କର