ଟିଟିଲାଗଡ: ମଦନ ଜାଲ ଛକ ନିକଟରେ ରହୁଥିବା ବାସୁଦେବ ସାହୁଙ୍କ ଘରେ ରାତି ଅଧରେ ଲାଗିଲା ନିଆଁ - କିପରି ଲାଗିଲା ନିଆଁ ପରିବାର ଲୋକ ବୁଝି ପାରୁ ନାହାଁନ୍ତି
ମଦନ ଜାଲ ଛକ ବାସୁଦେବ ସାହୁଙ୍କ ଘରେ ଲାଗିଲା ନିଆଁ, ରାତି ଦୁଇଟା ସମୟରେ ଘରେ ଥିବା ଲୋକେ ଧୂଆଁ ଦେଖି ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ। ଘରେ ରଖିଥିବା ବ୍ୟାପାର ପାଇଁ ଖାଦ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଟିଭି ବି ପୋଡ଼ି ଯାଇଛି, ନିଜ ନିଆଁ ଲିଭାଇବା ସହ ଅଗ୍ନିଶମ ବିଭାଗ ମଧ୍ୟ ଆସି ନିଆଁ ଲିଭାଇବାରେ ସହଯୋଗ କରିଥିଲେ।କେଉଁ କାରଣରୁ ନିଆଁ ଲାଗିଲା ଘର ଲୋକ ବୁଝି ପାରୁ ନାହାଁନ୍ତି। ଯେଉଁ ପାଖରେ ନିଆଁ ଲାଗିଲା ସେ ପାଖରେ ବିଦ୍ୟୁତ ସାମଗ୍ରୀ କି କିଛି ସର୍ଟ ସର୍କିଟ ହେଲା ଭଳି କିଛି ନାହିଁ, ତାହେଲେ ନିଆଁ ଲାଗିଲା କିପରି ?